ବଳିଆ କୁକୁରଙ୍କ ସହ ସାମନା ସାମନି

୧୯୮୩ ସାଲ ଖରା ଦିନେ ହଠାତ ମୋର ଜଣେ ବାଲ୍ୟ ବନ୍ଧୁ ପ୍ରମୋଦ ଗୌଡ଼ କୋରାପୁଟର ଅମ୍ବାଦଳାକୁ କାଠଗଣ୍ଡି ( Timber ) କିଣିବା ପାଇଁ ବହାରିଥିଲେ ଗଞ୍ଜାମ ଜିଲ୍ଲା ସୋରଡ଼ାରୁ। ରାଇକିଆ ରୁ ତାଙ୍କ ସହ ମୁଁ ତାଙ୍କ ସହ ଗଲି।ଆମେ ଟ୍ରକରେ  ଯାତ୍ରା କଲୁ।ଟ୍ରକ ଡ୍ରାଇଭର ଭୀମ ଭାରି ମେଳାପି ବ୍ୟକ୍ତି ଥିଲେ ଓ ତାଙ୍କ ସହ ଗପସପ ହୋଇ ବାଟ କଟି ଯାଉ ଥାଏ। ଘଞ୍ଚ ସବୁଜ ଜଙ୍ଗଲ ଓ ପାହାଡ଼ ପର୍ବତ ଦେଇ ଆମ ଗାଡ଼ି ଯାଉଥାଏ।
                  ହଠାତ ଭୀମ ଗୋଟିଏ ବୁଲାଣିରେ ଗାଡି ବ୍ରେକ ମାରିଲେ।ମୋତେ ଟିକିଏ ନିଦ ଲାଗି ଯାଇଥିଲା। ପ୍ରମୋଦ ମୋତେ ଝାଙ୍କି ଉଠେଇ ଦେଲା। ଉଠ ହେ, ଏକ ବିରଳ ଦୃଶ୍ୟ ଦେଖିବ।ଜୀବନରେ ଏହିପରି ଆଉ ସୁଯୋଗ ଆସି ନ ପାରେ, ସେ କହିଲା। ସାମନାରେ ଦେଖିଲି ଦଳେ ବଳିଆ କୁକୁର ( Indian wild dogs)ଙ୍କ ଏକ ପ୍ରଜାତି ଯାହାଙ୍କୁ ଆମେ ଢୋଲ( Cuon  Alpinas) ସେମାନେ ରାସ୍ତା ପାର ହେଉଛନ୍ତି। ଏମାନଙ୍କର ରଙ୍ଗ ମାଟିଆ , ଥୋମଣି କଳା ଓ ଲାଞ୍ଜ କଳା ଓ ଛାଞ୍ଚୁଣି ପରି ଦିଶୁଥିଲା। ହୁଇସିଲ ପରି ଶବ୍ଦ କରି ସେମାନେ ପରସ୍ପରକୁ ସଙ୍କେତ ଓ ସୂଚନା ଦେଉଥାଆନ୍ତି। ସେମାନେ ଆମକୁ କୋୖତୁହଳ ହୋଇ ଦେଖିଲେ। ସତେ ଯେପରି ଭାବୁଥିଲେ ଆମେ ଶୁଭ ଯାତ୍ରାରେ ବାହାରିଲା ବେଳେ ଏହି ମଣିଷ ମାନେ ତାଙ୍କର ଏହି ବିଚିତ୍ର ଯାନ ଧରି ଏଠାରେ କୁଆଡ଼େ ପହଁଚିଲେ ??  ପନ୍ଦର କୋଡ଼ିଏ ମିନିଟ ପରେ ସେମାନେ ସେଠାରୁ ଘଞ୍ଚ ଜଙ୍ଗଲ ଭିତରକୁ ପଳେଇଲେ। ଆମେ ଆମ୍ବଦଳା ପହଞ୍ଚିଲୁ କିନ୍ତୁ ସେହି ବିରଳ ଦୃଶ୍ୟ କଦାପି ଭୁଲି ପାରିଲୁନୁ। ଏବେ ମଧ୍ୟ ସେହି ଦୃଶ୍ୟକୁ ଭାବିଲେ ଦେହରେ ଶିହରଣ ଆସିଯାଏ।
ବ୍ୟକ୍ତିଗତ ଆଲେଖ୍ୟ
ପ୍ରଦୀପ କୁମାର ନାୟକ


Comments

Popular posts from this blog

କଳିଙ୍ଗା ଘାଟି: କନ୍ଧମାଳକୁ ପ୍ରବେଶଦ୍ୱାର

𝗠𝘆 𝗠𝗼𝘁𝗵𝗲𝗿'𝘀 𝗚𝗼𝗹𝗱 𝗡𝗲𝗰𝗸𝗹𝗮𝗰𝗲